September 17, 2026

ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ୫ଦିନ ପାଇଁ ସ୍କୁଲ ଛୁଟି

1 min read

ଭୁବନେଶ୍ବର: ତୀବ୍ର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ବଲାଙ୍ଗୀରରେ ୧୮ରୁ ୨୧ ଏବଂ ସୋନପୁର (ସୁବର୍ଣ୍ଣପୁର) ଜିଲ୍ଳାର ଜିଲ୍ଳାପାଳ ଚଳିତ ମାସ ୧୮ରୁ ୨୨ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ନିମନ୍ତେ ଛୁଟି ଘୋଷଣା କରିଛନ୍ତି। ପାଣିପାଗ ବିଭାଗର ସୂଚନାନୁସାରେ, ଆଜି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରିର ଅଧିକ ରହିଛି। ଭବାନୀପାଟଣା (କଳାହାଣ୍ଡି)ରେ ଦିନର ସର୍ବାଧିକ ତାପମାତ୍ର ୪୪ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀର ୪୪ଡିଗ୍ରି ଓ ଟିଟିଲାଗଡ଼ ୪୪ଡିଗ୍ରି, ନୂଆପଡ଼ା ୪୨ ଡିଗ୍ରି, ବୌଦ୍ଧ ଓ ସୋନପୁର ୪୨ ଡିଗ୍ରି ରହିଛି। ସେହିଭଳି ବଡ଼ଗଡ଼ ୪୨ ଡିଗ୍ରି, ଝାରସୁଗୁଡ଼ା ୪୩ ଡିଗ୍ରି, ସୁନ୍ଦରଗଡ଼ ୪୧, ରାଉରକେଲା ୪୧ ଡିଗ୍ରି, ସମ୍ବଲପୁର ୪୪ ଡିଗ୍ରି ରେକର୍ଡ କରାଯାଇଛି। ଏହି ତାପମାତ୍ରା ୨୧ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ପୂର୍ବାନୁମାନ କରାଯାଇଛି