May 21, 2026

୧୪ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

1 min read

କଟକ: ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ୧୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ୍ କରାଯାଇଛି। ଏଡି ମାମଲାରେ ଯାଜପୁର ଜିଲ୍ଲା ଭୂୟିଁପୂର୍ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। କଟକ ମଧୁପାଟଣା ଥାନା ଅନ୍ତର୍ଗତ ସମ୍ରାଟ ହଲ ନିକଟରେ ଏହା ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ଅବକାରୀ ଟିମ୍ ମାଡ଼ି ବସିଥିଲା। ଯାଞ୍ଚ ପରେ ତା ନିକଟରୁ ୧୦୭ ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଓ ଏକ ବାଇକ ମଧ୍ୟ ଜବତ୍ ହୋଇଛି। ଏନ୍‌ଡିପିଏସ୍‌ର ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।