April 14, 2026

୧୨୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ସେନା ମୁଖ୍ୟ

1 min read

ଅଷ୍ଟ୍ରେଲିଆ:ଅଷ୍ଟ୍ରେଲିଆ ନିଜର ୧୨୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ସେନା ମୁଖ୍ୟ ଭାବେ ନିଯୁକ୍ତି କରିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ସୁସାନ କୟଲ ଚଳିତ ବର୍ଷ ଜୁଲାଇରେ ଦେଶର ସେନା ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିବେ। ସେ ଲେଫ୍ଟନାଣ୍ଟ ଜେନେରାଲ ସାଇମନ୍ ଷ୍ଟୁଆର୍ଟଙ୍କ ସ୍ଥାନ ନେବେ।

୫୫ ବର୍ଷୀୟ ସୁସାନ ୩ ଦଶନ୍ଧିରୁ ଅଧିକ ସମୟ ହେଲା ସେନା ପାଇଁ କାର୍ଯ୍ୟ କରୁଛନ୍ତି। ସେ ୧୯୭୮ରେ ଆର୍ମି ରିଜର୍ଭରେ ଯୋଗଦେଇଥିଲେ। ଏହା ପରେ ସେ ଅଷ୍ଟ୍ରେଲିଆର ଡିଫେନ୍ସ ଫୋର୍ସ ଏକାଡେମିରୁ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ। ୧୯୯୨ ରୟାଲ ମିଲିଟାରି କଲେଜରୁ ସ୍ନାତକ ପାସ କରି ସେନାରେ ସାମିଲ ହୋଇଥିଲେ। ସେ ବିଭିନ୍ନ ରଣନୀତିକ ବିଭାଗରେ କାମ କରିଛନ୍ତି। ଉନ୍ନତ କାର୍ଯ୍ୟଶୈଳୀ, ନେତୃତ୍ବ କ୍ଷମତା ଏବଂ ପେସାଦାର ଦକ୍ଷତା ପାଇଁ ତାଙ୍କୁ ସେନାରେ ଜଣେ ପ୍ରଭାବଶାଳୀ ଅଧିକାରୀ ଭାବେ ଜଣାଯାଏ। ସେନା ମୁଖ୍ୟ ଭାବେ ଦାୟିତ୍ବ ନେବା ପରେ ସୁସାନ ବିଶ୍ବର ତୃତୀୟ ମହିଳା ସେନା ମୁଖ୍ୟ ହେବେ।