April 10, 2026

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷିତ

1 min read

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁବାର ଦିନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ଏଥିରେ ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୮ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ୨୩ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୩ ଜଣ କେନ୍ଦ୍ରମନ୍ତ୍ରୀ, ରାଜ୍ୟ କ୍ୟାବିନେଟର ମନ୍ତ୍ରୀ, ସାଂସଦ, ପୂର୍ବତନ ମନ୍ତ୍ରୀ ମାନେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ବିଜେଡି ଛାଡି ବିଜେପିରେ ମିଶିଥିବା କେତେକ ନେତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯାଇଛି। ଏହାବାଦ୍ କୁହାଯାଇଛି ଯେ, ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତି, ରାଜ୍ୟ ପ୍ରବକ୍ତା, ବିଭିନ୍ନ ସେଲର ସଂଯୋଜକମାନେ ଏଥିରେ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ହୋଇଛନ୍ତି।