April 3, 2026

ଜବତ ହାଇୱାକୁ ଚୋରାଇ ନେଲେ ମାଫିଆ

1 min read

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ତହସିଲଦାର ଚୋରାବାଲି ଚାଲାଣ କରୁଥିବା ୩ଟି ହାଇଓ୍ବା ଜବତ କରିଥିଲେ। ମାଫିଆମାନେ ପ୍ରଶାସନ କୁ ଚ୍ୟାଲେଞ୍ଜ କରି ଦୁଇ ଦିନ ରେ ୨ଟି ଜବତ ଗାଡ଼ି ତହସିଲ ଗେଟ୍ ତାଲା ଭାଙ୍ଗି ଚୋରି କରିନେଇଛନ୍ତି। ତହସିଲ ଥାନା ରେ ଏତଲା କରି ହାତବାନ୍ଧି ବସିଛି। ପୁଲିସ, ଆରଟିଓ ଙ୍କୁ ତହସିଲଦାର ଜଣାଇବା ପରେ ବି ପ୍ରଶାସନ ନିରବତାକୁ ନେଇ ଅଞ୍ଚଳବାସୀ ଉଦବେଗ ପ୍ରକାଶ କରିଛନ୍ତି।