୨୦୦ ଆଇପିଏଲ ମ୍ୟାଚ ପୂରଣ କଲେ ରାହାଣେ
1 min read
କଲକାତା: କଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଅଜିଙ୍କ୍ୟ ରାହାଣେ ଆଇପିଏଲରେ ୨୦୦ତମ ମ୍ୟାଚ ପୂରଣ କରିଛନ୍ତି। ଆଇପିଏଲ ଇତିହାସରେ ୧୧ତମ ଖେଳାଳି ଭାବେ ରାହାଣେ ୨୦୦ତମ ମ୍ୟାଚ ଖେଳିଛନ୍ତି। ରାହାଣେ ଗୁରୁବାର ଇଡେନ ଗାଡେନ୍ସରେ ହାଇଦରାବାଦ୍ ବିପକ୍ଷରେ ୨୦୦ତମ ମ୍ୟାଚ ଖେଳିଥିଲେ।
ରାହାଣେ ୬ଟି ଦଳ କଲକାତା ନାଇଟ୍ ରାଇଡର୍ସ, ଚେନ୍ନଇ ସୁପରକିଙ୍ଗସ, ରାଜସ୍ଥାନ ରୟାଲ୍ସ, ରାଇଜିଂ ପୁଣେ ସୁପରଜାଏଣ୍ଟ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ ପାଇଁ ଆଇପିଏଲରେ ଖେଳିଛନ୍ତି। ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୨୭୮ଟି ଆଇପିଏଲ ମ୍ୟାଚ ଖେଳିଥିବା ବେଳେ ରୋହିତ ଶର୍ମା ୨୭୩ଟି, ବିରାଟ କୋହଲି ୨୬୮ଟି ମ୍ୟାଚ ଖେଳିଛନ୍ତି।


