କନ୍ତସରା ସରକାରୀ ଜମି ହସ୍ତାନ୍ତର ବିରୋଧରେ ବଣାଇରେ ବିଶାଳ ରାଲି ଓ ବିକ୍ଷୋଭ
1 min read
ବଣାଇଁଗଡ଼: ବଣାଇଁଗଡ଼ ବ୍ଲକ ଅନ୍ତର୍ଗତ କନ୍ତସରା ଗ୍ରାମର ସରକାରୀ ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ବେଆଇନ ଭାବେ ଇଡ଼କୋକୁ ହସ୍ତାନ୍ତର କରାଯାଇଥିବା ବିରୋଧରେ ଆଜି ବଣାଇ ଅଞ୍ଚଳରେ ଏକ ବିଶାଳ ପ୍ରତିବାଦ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ଆୟୋଜିତ ହୋଇଛି।
କନ୍ତସରା ଗ୍ରାମ ପଲ୍ଲୀ ମଙ୍ଗଳ ସମିତିର ଆହ୍ୱାନରେ ଏହି ରାଲି ସକାଳ ସାଢ଼େ ୯ଟାରେ ବଣାଇ ବାଣେଶ୍ୱର ମନ୍ଦିର ଠାରୁ ଆରମ୍ଭ ହୋଇ ସକାଳ ୧୦ଟାରେ ମୁଖ୍ୟ ରାଲିର ଆକାର ନେଇଥିଲା। ରାଲିରେ କନ୍ତସରା ସହିତ କେଲୋ, କେନାଭେଟା, ଗୋଗୁଆ, ଇନ୍ଦ୍ରପୁର, ଫଳସାଘାଟ ଓ ନଦୀ ପାର୍ଶ୍ୱରେ ଅବସ୍ଥିତ ଗିଲ୍ଲୀ, ଦେଓପୋଷ, ବନେଇକଳା ଆଦି ଗ୍ରାମର ଶତାଧିକ ଲୋକ ଯୋଗଦେଇଥିଲେ। ରାଲି ସମୟରେ ପ୍ରତିବାଦକାରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ଭାବରେ ବିରୋଧ କରିଥିଲେ।


