ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ
1 min read
ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ମିଳିଛି। ମାର୍ଚ୍ଚ ୯ ତାରିଖରୁ ଏହି ହତ୍ୟା ଧମକ ଆସିଥିଲା । ଖଣି ମାଫିଆଙ୍କ ବିରୋଧରେ ସଭା କରିଥିବାରୁ ଧମକପୂର୍ଣ୍ଣ ମେସେଜ୍ ଆସୁଛି। ଅଭିଯୁକ୍ତଙ୍କୁ ଗିରଫ ସହ ନିଜ ସୁରକ୍ଷା ଦାବି କରିଛନ୍ତି ଜୟଦେବ। ଏନେଇ ସେ କେନ୍ଦୁଝର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ଏହି ଧମକକୁ ନେଇ ମୁଖ୍ୟମନ୍ତ୍ରୀ, ପୁଲିସ୍ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ମଧ୍ୟ ଜଣାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ପୂର୍ବରୁ ୨୦୨୫ ରେ ମଧ୍ୟ ଜୟଦେବଙ୍କୁ ହତ୍ୟା ଧମକ ଆସିଥିଲା।


