ରନ୍ଧନ ଗ୍ୟାସ୍ର ଉପଲବଧତା ନେଇ ଆଭାସୀ ବୈଠକ
1 min read
ଭୁବନେଶ୍ୱର: ଦେଶରେ ରନ୍ଧନ ଗ୍ୟାସ୍ (ଏଲପି ଜି) ର ଉପଲବ୍ଧତା ଓ ସୁରୁଖୁରୁରେ ବିତରଣ ନିମନ୍ତେ ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ, ଉପଭୋକ୍ତା ବ୍ୟାପାର ବିଭାଗର ସଚିବ ଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବମାନଙ୍କ ମଧ୍ୟରେ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ ଵିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଆଭାସୀ ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂ ଓ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ। ଏହି ବୈଠକରେ ଦେଶରେ ରନ୍ଧନ ଗ୍ୟାସ୍ର ସଠିକ୍ ବିତରଣ ଓ ସ୍ୱଚ୍ଛତାର ସହ କରିବାକୁ ଗୁରୁତ୍ୱ ଦିଆଯାଇଛି। କଳାବଜାରୀ ରୋକିବାକୁ ଓ ଟି ପି ମାଧ୍ୟମରେ ଵୁକିଂ ଓ ଡେଲିଭରୀ ଉପରେ ଗୁରୁତ୍ବ ଦିଆଯିବାକୁ କଡ଼ାକଡ଼ି ନିର୍ଦ୍ଦେଶ ରହିଛି। ଆପାତକାଳୀନ ପରିସ୍ଥିତିରେ କମର୍ସିଆଲ ଗ୍ୟାସ ପୂର୍ବରୁ ଯେତିକି ବ୍ୟବହାର କରୁଥିଲେ ତାର ୨୦% ବର୍ତ୍ତମାନ ପ୍ରଦାନ କରାଯିବ। ଅତ୍ୟଧିକ ବୁକିଂ ଯୋଗୁ ସର୍ଭର ଗତି ଧୀର ହେଇଯାଇଛି ଏଥିରେ ବାଧା ନ ହେବା ନିମନ୍ତେ ସର୍ଭର ସ୍ପିଡ୍ ବଢେଇବା କାର୍ଯ୍ୟ ଚାଲୁଅଛି। ଗ୍ରାମାଞ୍ଚଳରେ ଡେଲିଭରି ଅବଧି ୪୫ ଦିନକୁ ବୃଦ୍ଧି କରା ଯାଇଛି। ଗ୍ୟାସ୍ ବିତରଣ ପ୍ରକିୟାକୁ ନେଇ ସବୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଦୃଢ଼ ପଦକ୍ଷେପ ନିଆଯାଉଛି। ଏଲ୍ପିଜି ଗ୍ୟାସର ଅବୈଧ ଗଚ୍ଛିତ ଓ ସଂଗ୍ରହ ଉପରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଏନଫୋର୍ସମେଣ୍ଟ ସ୍କ୍ୱାଡ ନିୟୋଜିତ ରହି କଳାବଜାରୀ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ରନ୍ଧନଗ୍ୟାସ୍କୁ ନେଇ ବିବ୍ରତ ନ ହେବାକୁ ଜନସାଧାରଣଙ୍କୁ ପ୍ରମୁଖ ଶାସନସଚିବ ନିବେଦନ


