March 8, 2026

ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ରୋଷେଇ ଘରେ ମହଙ୍ଗା ମାଡ଼

1 min read

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଉଭୟ ଘରୋଇ ଓ ବାଣିଜ୍ୟିକ ଏଲ୍‌ପିଜି ଦର ଆଜିଠାରୁ ବଢ଼ାଇ ଦେଇଛନ୍ତି। ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଏଲ୍‌ପିଜି ଦର ୬୦ ଟଙ୍କା ବଢ଼ିଛି। ଫଳରେ ଭୁବନେଶ୍ବରରେ ଏହାର ଦର ୯୩୯ ଟଙ୍କାରେ ପହଞ୍ଚିଛି। ଗତ ୧୧ ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ଏହି ଦର ବୃଦ୍ଧି ହୋଇଛି। ଗତବର୍ଷ ଏପ୍ରିଲ୍‌ରେ ଘରୋଇ ଏଲ୍‌ପିଜି ଦରରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା। ସେହିଭଳି ‌ହୋଟେଲ, ‌ରେସ୍ତୋରାଁ ଆଦିରେ ବ୍ୟବହାର ହେଉଥିବା ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୧୧୫ ଟଙ୍କା ବୃଦ୍ଧି ଘଟି ୨୨୭୫ ଟଙ୍କାରେ ପହଞ୍ଚିଛି। ମାର୍ଚ୍ଚ ୧ ତାରିଖରେ ଏହାର ଦର ୨୮ ଟଙ୍କା ବୃଦ୍ଧି ଘଟିଥିଲା। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ବାଣିଜ୍ୟିକ ଏଲ୍‌ପିଜି ଦର ୩୦୨ ଟଙ୍କା ୫୦ ପଇସା ମହଙ୍ଗା ହେଲାଣି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଓ ଗ୍ୟାସ ଦର ବଢ଼ିଯାଇଛି।