ଏନକାଉଣ୍ଟରରେ ଜଣେ ମାଓବାଦୀ ନିପାତ
1 min readମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଏବଂ ଦନ୍ତେଵାଡା ଜଲ୍ଲା ମଧ୍ୟ ପାହାଡରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଆଜି ସକାଳେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଛି। ଏଥିସହ ବନ୍ଧୁକ ଓ ବିସ୍ଫୋରକ ଜବତ କରାଯାଇଛି। ଘଟଣା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଗିଦମ ଅଂଚଳର ଗୁମଲନାର,ଗିରସାପାଲା ଏବଂ ନେଲଗୋଡା ଗ୍ରାମ୍ୟ ଜଂଗଲରେ ନକ୍ସଲ ବିପୁଳ ପରିମାଣର ମାଓ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛନ୍ତି।


