ଟ୍ରେଡିଂରେ ଟଙ୍କା ଲଗାଇବାର ପ୍ରଲୋଭନ ଦେଖାଇ ବ୍ୟବସାୟୀ ଜିତେନ୍ଦ୍ର ପାତ୍ରଙ୍କଠାରୁ ଟଙ୍କା ଠକେଇ ମାମଲା
1 min read
ମାଲକାନଗିରି: ଟ୍ରେଡିଂରେ ଟଙ୍କା ଲଗାଇବାର ପ୍ରଲୋଭନ ଦେଖାଇ ବ୍ୟବସାୟୀ ଜିତେନ୍ଦ୍ର ପାତ୍ରଙ୍କଠାରୁ ୮୦ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଦେବଜିତ ତ୍ରିପାଠୀକୁ ପୁଲିସ ଆସାମରୁ ଗିରଫ କରିଛି। ଦେବଜିତଙ୍କ ନାମରେ ମାଲକାନଗିରି ଥାନାରେ ୫ଟି ମାମଲା ରୁଜୁ ହୋଇଛି। ଆସାମର ତେଜପୁରରୁ ଅଭିଯୁକ୍ତ ଦେବଜିତକୁ ଗିରଫ କରାଯାଇଛି ବୋଲି ମାଲକାନଗିରି ପୁଲିସ ସୂଚନା ଦେଇଛି।
ମାଲକାନଗିରିର ବ୍ୟବସାୟୀ ଜିତେନ୍ଦ୍ର ପାତ୍ର ୮୦ଲକ୍ଷ ଟଙ୍କା ଠେଇକର ଶିକାର ହୋଇଥିଲେ। ଅଭିଯୁକ୍ତ ଦେବଜିତ ତ୍ରିପାଠୀ ୨୦୧୭ରେ ଜିତେନ୍ଦ୍ରଙ୍କୁ ଠକିଥିଲେ। ଟ୍ରେଡିଂରେ ଟଙ୍କା ଲଗାଇବାର ପ୍ରଲୋଭନ ଦେଖାଇ ତାଙ୍କୁ ଠକିଥିଲେ। ଦେବଜିତ ବିଭିନ୍ନ ସମୟରେ ଜିତେନ୍ଦ୍ରଙ୍କଠାରୁ ମୋଟ ୮୦ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାରେ ଏକ ମାମଲା ରୁଜୁ ପରେ ମାଲକାନଗିରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଦେବଜିତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଥିଲା। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସର ଏକ ସ୍ୱତନ୍ତ୍ର ଟିମ ଦେବଜିତଙ୍କୁ ଗିରଫ ପାଇଁ ଆସାମ ଯାଇଥିଲା। ମାଲକାନଗିରି ପୁଲିସ ଆସାମର ତେଜପୁରରୁ ଦେବଜିତକୁ ଗିରଫ କରିବାରେ ସଫଳ ହୋଇଥିଲା। ଦେବଜିତଙ୍କ ନାମରେ ମାଲକାନଗିରି ଥାନାରେ ୫ଟି ମାମଲା ରୁଜୁ ହୋଇଛି।