ହୋର୍ଡିଂ ଭୁଶୁଡ଼ି ମୃତ୍ୟୁ ଘଟଣାରେ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା
1 min read
ଭୁବନେଶ୍ୱର : ହୋର୍ଡିଂ ଭୁଶୁଡ଼ି ମୃତ୍ୟୁ ଘଟଣାରେ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା ହୋଇଛି। ଭୁବନେଶ୍ୱରର ଆଇଗିଣିଆରେ ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିଛନ୍ତି। ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଲେଖାଏଁ ମିଳିବ। ସିଏମଆରଏଫ୍ ରୁ ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ପବନ ବୋହିବା ଯୋଗୁ ଖଣ୍ଡଗିରି ଥାନା ଆଇଗିଣିଆ ଛକ ଦୁର୍ଗା ମଣ୍ଡପ ନିକଟରେ ଏକ ବିଜ୍ଞାପନ ହୋଡିଂ ପଡି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସମେତ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଆସ୍କାର ଟୁନା ଗୌଡ(୩୭) ଓ ଡୁମଡୁମା ଅଞ୍ଚଳର ସଚ୍ଚିତାନନ୍ଦ ପ୍ରଧାନ(୧୯) ଗୁରୁତର ଜଣକ ହେଲେ ଡୁମୁଡୁମା ଅଞ୍ଚଳର ମୌସୁମୀ ପ୍ରିୟଦର୍ଶିନୀ ନାୟକ। ମୌସୁମୀ ଜଣେ ଅଧ୍ୟାପିକା ବୋଲି ଜଣାପଡିଛି।


