February 25, 2026

ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ

1 min read

ଭୁବନେଶ୍ବର: କଟକଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ଘରୁ ୪ କୋଟି ୨୭ ଲକ୍ଷ ୧୮ ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ ଟିମ୍। ଏନେଇ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।

ଏହା ବ୍ୟତୀତ, ଏପର୍ଯ୍ୟନ୍ତ ଠାବ ହୋଇଥିବା ଅନ୍ୟ ସମ୍ପତ୍ତିଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ପାହାଳାରେ ପ୍ରାୟ ୨୪୦୦ ବର୍ଗଫୁଟ କ୍ଷେତ୍ରଫଳ ସହିତ ଏକ ବିଳାସମୟ ଦ୍ୱିମହଲା କୋଠା ଓ ପ୍ରାୟ ୧୩୦ ଗ୍ରାମ ସୁନା। ଏନେଇ ଅଧିକ ତଦନ୍ତ ଜାରି ରହିଛି।