February 23, 2026

କ୍ରିଏଟିଭ ସ୍କୁଲର ଦ୍ୱିତୀୟ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ

1 min read

ଭୁବନେଶ୍ୱର (୨୧/୦୨): ଭୁବନେଶ୍ୱର ସ୍ଥିତ ଗୁରୁ କେଳୁ ଚରଣ ଓଡିଶୀ ରିସର୍ଚ୍ଚ ସେଣ୍ଟର ଠାରେ ଗତକାଲି କ୍ରିଏଟିଭ ସ୍କୁଲର ଦ୍ୱିତୀୟ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଆଇନଜୀବୀ ତଥା ଅତିରିକ୍ତ ସ୍ଥାୟୀ ସରକାରୀ ଓକିଲ ଗତିକୃଷ୍ଣ ଶତପଥୀ, ମୁଖ୍ୟ ବକ୍ତା ଭାବେ ଓଡ଼ିଏମ ସ୍କୁଲର ମୁଖ୍ୟ ଇଂରାଜୀ ଶିକ୍ଷକ ଶଶିକାନ୍ତ ରାଉତ ଓ ସମ୍ମାନିତ ଅତିଥି ଭାବେ ସାଲେପୁରର ପୂର୍ବତନ ବିଧାୟକ ଓ ଭାରତୀୟ ଜନତା ପାର୍ଟିର ପୂର୍ବତନ କଟକ ଜିଲ୍ଲା ସଭପତି ପ୍ରକାଶ ବେହେରା ଯୋଗଦାନ କରିଥିଲେ। କ୍ରିଏଟିଭ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଆବିଭାବକ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଶେଷରେ କୃତି ଛାତ୍ର ଛାତ୍ରୀ ଓ ସେମାନଙ୍କର ପିତା ମାତାଙ୍କୁ ପୁରସ୍କାର ଦିଆଯାଇଥିଲା | ସ୍କୁଲର ଶିକ୍ଷୟିତ୍ରୀ ମନୋରମା ସାହୁ, ସାରିକା ମଲ୍ଲିକ, ଅମ୍ରିତା ରଥ ଓ ଶର୍ମିଷ୍ଠା ସାହୁ, ରଶ୍ମିତା ମଲ୍ଲିକ ଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ପାଳିତ ହେଇଥିଲା | କ୍ରିଏଟିଭ ସ୍କୁଲର ପ୍ରତିଷ୍ଠାତା ଓ ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ଶତପଥୀ ଅତିଥିବୃନ୍ଦ, ଆବିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ରିଏଟିଭ ସ୍କୁଲ ଭବିଷ୍ୟତରେ ଏହି ପରି କାର୍ଯ୍ୟକ୍ରମ ଜାରି ରଖିବା ବୋଲି କହିଥିଲେ |