ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ କଟକର ଶୈଳବାଳା କଲେଜ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାରୁ ବଞ୍ଚିତ
1 min read
ଭୁବନେଶ୍ଵର : ଗତକାଲି ରାଜ୍ୟ ବଜେଟରେ ରାଜ୍ୟର ୪ଟି ଜିଲ୍ଲାରେ ବିଶ୍ଵ ବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ କଟକର ଶୈଳବାଳା କଲେଜ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାରୁ ବଞ୍ଚିତ ରଖାଯାଇଛି । ଯାହାକୁ ନେଇ କଟକବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ୧୧୩ ବର୍ଷର ଏହି ପୁରାତନ ଐତିହାସିକ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବର୍ଷ ବର୍ଷ ଧରି ବୁଦ୍ଧିଜୀବୀ ଓ ଛାତ୍ରୀମାନେ ଦାବି କରି ଆସୁଛନ୍ତି । ଯାହାକୁ ନେଇ ଆଜି ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏବଂ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।


