February 20, 2026

ପୁରୀ କୋର୍ଟକୁ ସ୍ଥାନାନ୍ତର ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ ହଟିଲା

1 min read

ପୁରୀ: ପୁରୀ କୋର୍ଟକୁ ସ୍ଥାନାନ୍ତର ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ ହଟିଲା, ପୁରୀକୁ ଗାଡ଼ି ଚଳାଚଳ ସ୍ବାଭାବିକ ହେଲା। ପୁରୀ କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳ ନିକଟକୁ ସ୍ଥାନାନ୍ତର ପ୍ରତିବାଦରେ ପୁରୀ ବାର୍ ଆସୋସିଏସନ ମାଳତୀପାଟପୁରରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଶହଶହ ଓକିଲ ରାଜରାସ୍ତାରେ ବସି ରହିବାରୁ ପୁରୀକୁ ଆସୁଥିବା ଓ ପୁରୀରୁ ଯାଉଥିବା ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଥିଲା। ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ଚାଲିବ ବୋଲି ଓକିଲ ସଂଘ ସମ୍ପାଦକ ଶରତ ରାୟଗୁରୁ କହିଥିଲେ।