July 24, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ର ତୃତୀୟ ଦିନ

1 min read

ନୂଆଦିଲ୍ଲୀ : ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ର ତୃତୀୟ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ଯୋଗଦେବାକୁ ଥିବା ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ସମିଟ୍ ହେଉଛି ଗ୍ଲୋବାଲ୍ ସାଉଥ୍‌ରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପ୍ରମୁଖ ଏଆଇ ସମ୍ମିଳନୀ। ଏହା ଫେବୃଆରୀ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେଉଛି। ଆଜି ଏହି ସମିଟ୍‌ରେ ଯୋଗଦେବା ପାଇଁ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଅଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା ୭ଟାରେ ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ରେ ଯୋଗଦେବାକୁ ଥିବା ବିଭିନ୍ନ ଦେଶର ନେତାମାନଙ୍କୁ ସ୍ୱାଗତ କରିବେ। ସେ ଅନେକ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ।