February 15, 2026

ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି

1 min read

କଲମ୍ବୋ: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର ୨୭ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂର୍ଣ୍ଣ କରି ଭାରତକୁ ଏକ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି।

ପ୍ରଥମ ଓଭରରେ ଅଭିଷେକ ଶର୍ମା ଶୂନ ରନ୍‌ରେ ଆଉଟ୍ ହେବା ପରେ ଭାରତ ଚାପରେ ଥିଲା। କିନ୍ତୁ ଇଶାନ କିଷାନ ପ୍ରତିପକ୍ଷ ବୋଲରଙ୍କୁ ଆକ୍ରମଣ କରି ଖେଳର ମୋଡ଼ ବଦଳାଇ ଦେଇଥିଲେ।

ଭାରତ ପ୍ରଥମ ୬ ଓଭର ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୫୨ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ଇଶାନ ୨୫ ବଲ୍‌ରୁ ୪୨ ରନ୍ କରି ଅପରାଜିତ ଥିଲେ। ସାମ୍ ଆୟୁବଙ୍କ ଗୋଟିଏ ଓଭରରୁ ଇଶାନ ଓ ତିଲକ ବର୍ମା ୧୧ ରନ୍ ଆଦାୟ କରିଥିଲେ। ଇଶାନ ନିଜର ବିସ୍ଫୋରକ ଇନିଂସରେ ୭ଟି ଚୌକା ଓ ୨ଟି ଛକା ସାମିଲ କରିଛନ୍ତି।

ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ଏହି ମ୍ୟାଚରେ ସଞ୍ଜୁ ସାମସନ ଓ ଅର୍ଶଦୀପ ସିଂଙ୍କ ବଦଳରେ ଅଭିଷେକ ଶର୍ମା ଓ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରିଛି।