ଘୁ ଉଦୟଗିରିରେ ପାରା ୫.୬ ଡିଗ୍ରି ରେକର୍ଡ
1 min read
ଘୁ.ଉଦୟଗିରି : କନ୍ଧମାଳଜିଲ୍ଲା ପ୍ରବଳ ଶୀତ ଏବଂ ଜାଡ଼ ପାଇଁ ସାରା ରାଜ୍ୟରେ ପରିଚିତ ଥିବା ବେଳେ ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ମାଘ ମାସ ଶେଷ ହୋଇ ଫଗୁଣର ୬ ଦିନି ପ୍ରବେଶ କରିଛି। ବସନ୍ତ ଋତୁରେ ଶୀତରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହେଉଛି। ରାଜ୍ୟରେ ପାରଦ ଉପରମୁହାଁ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରରେ ବିପରୀତ ପାଗ ଦେଖିବାକୁ ମିଳୁଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଥିବା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ପରିଚିତ ହୋଇଛି।
ଚଳିତ ବର୍ଷର ଶୀତର ଉତ୍ଥାନ ପତନ ସହ ପାରଦ ଉପର ତଳ ଭିତରେ ଶୀତଋତୁର ଶେଷ ସମୟରେ ପୁଣି ପାରଦ ତଳମୁଁହା ହୋଇ ଆଜି ୫.୬ଡିଗ୍ରି ରେକର୍ଡ଼ ହୋଇଛି। ଗତକାଲି ସହରର ତାପମାତ୍ରା ୯ ଡିଗ୍ରି ରେକର୍ଡ଼ କରାଯାଇଥିବା ବେଳେ ଗୋଟିଏ ଦିନରେ ତାପମାତ୍ରା ହଠାତ୍ ୩. ୪ଡିଗ୍ରି ତଳକୁ ଖସି ୫.୬ ଡିଗ୍ରିରେ ପହଞ୍ଚିଛି।


