Categories

February 8, 2026

ଗଜପତି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା

1 min read

ଗଜପତି: ଗଜପତି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା ଅଳଙ୍କାର ଜବତ କରିଛି । ଗିରଫ ୩ଜଣ ହେଲେ ଗଜପତି ଜିଲା ସେରଙ୍ଗ ଥାନା‌ ମାରିଗୁଡା ଗାଁର ମରାଠି ଗିରି ବାବୁ, ଅରୁଣ କୁମାର ପ୍ରଧାନ ଏବଂ ପରିଡା ଗାଁର ମୁରଲି ନାୟକ । ଚୋରି ହୋଇଥିବା ଦୁଇ ଲକ୍ଷ ଟଙ୍କା ଜବତ ହୋଇନଥିବା ବେଳେ ତାହାକୁ ଜବତ ପାଇଁ ଏବଂ ଏହି ଗ୍ୟାଙ୍ଗ ଅନ୍ୟ କୌଣସି ଚୋରି ଘଟଣାରେ କି ନୁହେଁ ତାହା ଜାଣିବାକୁ ଆବଶ୍ୟକ ହେଲେ ଏମାନଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ଯତୀନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି।

ଗତ ଜାନୁଆରୀ ୨୫ତାରିଖ ଦିନ ମାରିଗୁଡା ଗାଁର ଆର.ଲକ୍ଷ୍ମୀ କଲ୍ୟାଣୀ ତାଙ୍କ ପରିବାର ସହ ଶ୍ରୀକାକୁଲମ ସୂର୍ଯ୍ୟମନ୍ଦିର ଯାଇଥିଲେ। ସେମାନେ ସେହିଦିନ ରାତିରେ ଘରକୁ ଫେରି ଦେଖିଲା ବେଳକୁ ଘରର ଆଲମାରୀ ଭାଙ୍ଗି ସେଥିରେ ଥିବା ୩ଶହ ଗ୍ରାମ ସୁନା ଅଳଙ୍କାର ଏବଂ ୨ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ସେରଙ୍ଗ ଥାନା‌ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଆଜି ଚୋର ଧରାପଡ଼ିବା ସହ ସେମାନେ ଚୋରି ସୁନା ଅଳଙ୍କାରକୁ ନିକଟସ୍ଥ ଜଙ୍ଗଲରୁ ମାଟି ତଳେ ପୋତି ରଖିଥିଲେ। ଯାହାକୁ ପୋଲିସ ଜବତ କରିଥିବା ଏସପି କହିଛନ୍ତି ।