March 13, 2026

ଜଳିପୋଡି ପାଉଁଶ ହୋଇଗଲା ୫ ଦୋକାନ

1 min read

ବାଲିଆପାଳ: ବିଦ୍ୟୁତ୍‌ ସର୍ଟସର୍କିଟରୁ ଜଳି ପୋଡି ପାଉଁଶ ହୋଇଗଲା ୫ଟି ଦୋକାନ। ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ସମେତ ନଗଦ ଟଙ୍କା ପୋଡିଯାଇଛି। ବିଳମ୍ବିତ ରାତିରେ ଏହି ବଡ ଧରଣର ଅଗ୍ନିକାଣ୍ତ ଘଟିଛି। ବାଲେଶ୍ବର ଜିଲା ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ହାଟରେ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ଅମୂଲ୍ୟଗିରି , ଚନ୍ଦନ ଦାସ , ଅଜୟ ଜେନା, ସେଖ ସରାଉଦ୍ଦିନ ଏବଂ ସୁରେନ୍ଦ୍ର ଜେନାଙ୍କ ଭୋଗରାଇ ହାଟରେ ଗ୍ରୋସରୀ ଦୋକାନ ସମେତ ବିଭିନ୍ନ ଦୋକାନ ରହିଛି। ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ହଠାତ ନିଆଁ ଲାଗି ୫ଟି ଦୋକାନ ସମ୍ପର୍ଣ୍ଣ ପୋଡି ଯାଇଛି। ଖବରପାଇ ଭୋଗରାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରି ପାରିନଥିଲେ।