June 21, 2026

ଆଜିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ

1 min read

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ। ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଅମାନିଆ ହୋଇ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କଲେ ସରକାରୀ ଠେଙ୍ଗା ବାଜିବ ବୋଲି ବିଧାୟକ ବାବୁ ସିଂ କଡ଼ା ଚେତାବନୀ ଦେଇଛନ୍ତି।

ବିଧାୟକ କହିଛନ୍ତି ଯେ, ପୂର୍ବରୁ ସବୁ ଯାତ୍ରା କମିଟି ସହ ଆଲୋଚନା ହୋଇଛି। ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ଆଦୌ ପ୍ରଶୟ ନ ଦେବାକୁ କମିଟି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ ପୋଲିସ ପକ୍ଷରୁ ସମସ୍ତ ଯାତ୍ରା କମିଟିକୁ ୧୪ ସୂତ୍ରୀ ନିୟମ ଜାରି କରାଯାଇଛି। ଏଥିରେ ବ୍ୟତିକ୍ରମ ଦେଖାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ବିଧାୟକ କହିଛନ୍ତି ।