January 27, 2026

ପ୍ରଧାନଶିକ୍ଷକଙ୍କୁ ହତ୍ୟା ଉଦ୍ୟମ

1 min read

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛିI ପ୍ରଧାନଶିକ୍ଷକ ଜଣଙ୍କ ହେଲେ ସନ୍ତୋଷ କୁମାର ବେହେରା ସେ କଦମ୍ବଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଅଟନ୍ତିI ସ୍କୁଲ ଛୁଟି କରି ଫେରିବା ସମୟରେ କଦମ୍ବଗୁଡ଼ା ଗ୍ରାମର ଭାସ୍କର ବାଗ ତାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେI ତାଙ୍କ ବେକରେ ଟାଙ୍ଗିଆ ମାଡ଼ ହୋଇଥିବା ଜଣାପଡ଼ଛିI ଆମ୍ବଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ କଳାହାଣ୍ଡି ସ୍ଥାନାନ୍ତର କରାଯାଇଛିI ପ୍ରବଳ ରକ୍ତଶ୍ରାବ ଯୋଗୁଁ ସେ ଗୁରୁତ୍ତର ଅଛନ୍ତିI ଆମ୍ବଦଳା ପୁଲିସ ଘଟଣାରେ ତଦନ୍ତ କରୁଥିବା ବେଳେ ଆକ୍ରମଣର କାରଣ ଜଣାପଡ଼ିନାହିଁ