ଓଲଟିଲା ଯାତ୍ରୀବାହୀ ବସ୍, ବର୍ତ୍ତିଲେ ଯାତ୍ରୀ
1 min read
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଜରାଇକେଲାରୁ ରାଉରକେଲା ଯିବା ସମୟରେ ଆଜି ଅପରାହ୍ନ ସମୟରେ ମହୀପାଣି ରେଲୱେ ଫାଟକ ନିକଟସ୍ଥ ସରନା ପୂଜାସ୍ଥଳ ପାଖରେ ଗୋଟିଏ ଯାତ୍ରୀ ବସ୍ ଅନିୟନ୍ତ୍ରିତ ହୋଇ ଓଲଟି ପଡ଼ିଥିଲା। ବସ୍ଟି ନିୟନ୍ତ୍ରଣ ହରାଇବାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ବିଶ୍ରା ପୁଲିସ୍ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବସ୍ ଓଲଟିବା ସହିତ କିଛି ସମୟ ପାଇଁ ଅଞ୍ଚଳରେ ଆତଙ୍କ ଓ ଅସ୍ଥିରତା ସୃଷ୍ଟି ହୋଇ ଯାଇଥିଲା। ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବସରୁ ବାହାର କରାଯାଇଥିଲା। ସୌଭାଗ୍ୟବଶତଃ ଏହି ସଡ଼କ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ କିମ୍ବା ମୃତ୍ୟୁ ହୋଇଥିବା ସୂଚନା ମିଳିନାହିଁ, ଯାହାଦ୍ୱାରା ସମସ୍ତେ ଆଶ୍ୱାସ ନେଇଛନ୍ତି। ଘଟଣା ପରେ ସ୍ଥାନୀୟ ଗ୍ରାମବାସୀମାନେ ଦୁର୍ଘଟଣାର କାରଣ ସମ୍ପର୍କରେ ଉଚିତ୍ ତଦନ୍ତ କରାଯିବା ପାଇଁ ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି, ଯାହାଦ୍ୱାରା ଆଗାମୀ ଦିନରେ ଏପରି ଦୁର୍ଘଟଣାର ପୁନରାବୃତ୍ତି ନ ହୁଏ


