January 25, 2026

ବାଣପୁରରେ ଭୁଶୁଡ଼ିଲା ନଛିପୁର ବ୍ରିଜ୍, ଫସିଲା ହାଇୱା

1 min read

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତ ନଛିପୁର ରଉପଡା ଗ୍ରାମ ମଝିରେ ଥିବା ଦୀର୍ଘ ଚାଳିଶି ବର୍ଷର ହାତୀ ନାଳ ବ୍ରିଜ ଆଜି ସକାଳୁ ଭୁଶୁଡ଼ିପଡ଼ିଛି l ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ବ୍ରିଜ ଦେଇ ପ୍ରାୟ ୨୦ଖଣ୍ଡ ଗ୍ରାମର ଲୋକମାନେ ଯାତାୟତ କରୁଥିବାବେଳେ କ୍ରମଶଃ ଏହା ଦୁର୍ବଳ ହୋଇଯାଇଥିଲା l ଆଜି ସକାଳ ପ୍ରାୟ ୯ଟା ସମୟରେ ଏକ ମାଟି ବୋଝେଇ ହାଇୱା ଗାଡ଼ି ଯାହାର ନମ୍ବର OD 02 CD 7052 ଉକ୍ତ ବ୍ରିଜ ଦେଇ ଯାଉଥିବାବେଳେ ହଠାତ ବ୍ରିଜ ମଝି ଖୁଣ୍ଟଟି ଭୁଶୁଡ଼ିଯାଇଥିଲା l ଯାହା ଫଳରେ ମାଟି ବୋଝେଇ ହାଇୱା ଗାଡ଼ିଟି ବ୍ରିଜ ମଝିରେ ଫସି ଯାଇଥିଲା l ଘଟଣା ସ୍ଥଳରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି l ଖବର ପାଇ ବାଣପୁର ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି l