September 26, 2026

ବିଜେପିରେ ମିଶିଲେ ବ୍ଲକ ଉପାଧ୍ୟକ୍ଷାଙ୍କ ସମେତ ଶତାଧିକ ସମର୍ଥକ

1 min read

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେଲକୋଇ ବ୍ଲକ ଶିରିଗିଡା ମଣ୍ଡଳରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଡାକ୍ତର ଫକୀର ମୋହନ ନାଏକଙ୍କ ନେତୃତ୍ୱରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ତେଲକୋଇ ବ୍ଲକ ଉପାଧ୍ୟକ୍ଷା ରଞ୍ଜିତା ମହାନ୍ତଙ୍କ ସମେତ ଶତାଧିକ ବିଜେଡି ସମର୍ଥକ।ବିଜେଡିରେ ଉପଯୁକ୍ତ ସମ୍ମାନ ମିଳିଲା ନାହିଁ ଫଳରେ ସେ ବାଧ୍ୟ ହୋଇ ବିଜେପିରେ ମିଶିଲେ ବୋଲି କହିଛନ୍ତି ଶ୍ରୀମତୀ ମହାନ୍ତ।