January 24, 2026

ସୁନା ଓ ରୁପା ବଜାରରେ ନିଆଁ ଲାଗିବା ଭଳି ପରିସ୍ଥିତି

1 min read

ଭୁବନେଶ୍ବର: ଚଳିତ ସପ୍ତାହରେ ସୁନା ଓ ରୁପା ବଜାରରେ ନିଆଁ ଲାଗିବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଉଭୟ ଧାତୁର ମୂଲ୍ୟ ଅତି ଅଧିକ ମାତ୍ରାରେ ବଢ଼ିବା ସହିତ ଦିନକୁ ଦିନ ନୂଆ ରେକର୍ଡ କରିଛି। ଗତ ରବିବାରଠାରୁ ଆଜି ମଧ୍ୟରେ ରୁପା କିଲୋଗ୍ରାମ୍‌ ପିଛା ୫୫ ହଜାର ଟଙ୍କା ମହଙ୍ଗା ହୋଇଛି। ଶନିବାର ରୁପା ଦର ୩,୬୫,୦୦୦ ଟଙ୍କା ଛୁଇଁଛି। ଜାନୁଆରି ୨୦ ଏବଂ ୨୩ ତାରିଖରେ ଯଥାକ୍ରମେ ୨୨ ହଜାର ଓ ୨୦ ହଜାର ଟଙ୍କା ବୃଦ୍ଧି ଘଟିଛି। କେବଳ ୨୨ ତାରିଖକୁ ଛାଡ଼ିଲେ ଅନ୍ୟ ସବୁଦିନ ରୁପା ଦର ବଢ଼ିଛି।