ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ପୁଲିସକୁ ବଡ଼ ସଫଳତା
1 min read
ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଅପରେସନ ନେତ୍ର ଆଧାରରେ ପୁଲିସ ଭିନ୍ନ ଏକ ମାମଲାର ତଦନ୍ତ କରିବା ସମୟରେ ପୁଲିସ ୩ଟି ଦେଶୀ ବନ୍ଧୁକ (୨ଟି ମଉଜର,ଗୋଟିଏ ଦେଶୀ ବନ୍ଧୁକ), ୭ଟି ଜୀବନ୍ତ ଗୁଳି( ୬ଟି ୭.୬୫ ଏମ୍ଏମ୍ ଓ ଗୋଟିଏ ସିଙ୍ଗିଲ ସଟ୍ ଗୁଳି) ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି। ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଓପିଏମ୍ କଲୋନିର। ସୌରଭ ୟାଦବ(୨୧), ଆଦିତ୍ୟ ଶର୍ମା(୧୯) ଓ ଲମଟି ବାହାଲର ତୁଷାର ପଟ୍ଟନାୟକ (୨୪)। ଏନେଇ ଆଜି ଏସ୍ ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ବ୍ରଜରାଜନଗର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରଜରାଜନଗର ଏସ୍ଡ଼ିପି ଓ ଚିନ୍ତାମଣି ପ୍ରଧାନ, ବ୍ରଜରାଜନଗର ଆଇଆଇସି ଧବଳେଶ୍ବର ସାହୁ ଉପସ୍ଥିତ ଥିଲେ। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଥିଲେ।


