February 22, 2026

ଭିବି ଜି ରାମ ଜି ବିଲ୍‌ର ଲକ୍ଷ୍ୟ ବିକଶିତ ଭାରତ

1 min read

ଭୁବନେଶ୍ଵର : ବିଜେପି ପାର୍ଟି ଅଫିସ୍‌ରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସେ ଭିବି ଜି ରାମ ଜି ବିଲ୍‌ର ଉପକାରିତା ନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏକ ମାତ୍ର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା । ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ଵରାଜ୍ୟ ସ୍ଵପ୍ନ କୁ ପୁରା କରିବା ଲକ୍ଷ୍ୟ ନେଇ କରାଯାଇଛି । କୌଣସି ରାଜନୈତିକ ଫାଇଦା ଉଠାଇବା ଲକ୍ଷ୍ୟ ନୁହେଁ । ଭିବି ଜି ରାମ ଜି ଆଇନକୁ ନେଇ ବିରୋଧୀ ଦଳ ମାନେ ଅପପ୍ରଚାର କରୁଛନ୍ତି । କୃଷକ ବିରୋଧୀ ଓ ଗରିବ ବିରୋଧୀ ବୋଲି କହୁଛନ୍ତି ବିରୋଧୀ ଦଳ । ହେଲେ କୃଷକ ଓ ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷା ପାଇଁ ଆଇନରେ ବ୍ୟବସ୍ଥା କରାଯାଇଛି । ସୃଷ୍ଟି ହେଉଥିବା ଭ୍ରାନ୍ତିକୁ ଦୂର କରିବା ଆଜି ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ । କୃଷକ ଓ ଗରିବଙ୍କ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ସମୟରେ ସ୍ଵାଧୀନତା ପୂର୍ବରୁ ଓ ପରେ ମଧ୍ୟ ବ୍ୟବସ୍ଥା ଥିଲା । ଇଂରେଜ ଶାସନ ସମୟରେ ଦୁର୍ଭିକ୍ଷ ସମୟରେ ଯୋଜନା ଏକ ଯୋଜନା କରାଯାଇଥିଲା । କିନ୍ତୁ ଲୋକଙ୍କୁ କାମ ମିଳୁନଥିଲା । କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ଵ ଦେଇଥିଲେ ।

କିନ୍ତୁ ପୂର୍ବରୁ ଲୋକଙ୍କ ପାଇଁ ଆଦୌ କାମ ସୃଷ୍ଟି କରାଯାଉଥିଲା । ପ୍ରଶାସନିକ ଅବହେଳା ଯୋଗୁଁ ଅନେକ ସମୟରେ ବିଫଳ ମଧ୍ୟ ହୋଇଥିଲା । ଲକ୍ଷ୍ୟ ହୀନତା, ଦୁର୍ନୀତିକରଣ ଯୋଗୁଁ ପୂର୍ବ ଯୋଜନା ସବୁ ବିଫଳ ହେଉଥିଲା । ୨୦୦୫ ରେ ଏନଆରଜିଏ ଯୋଜନା ଆରମ୍ଭ ହୋଇଥିଲା । ୨୦ ବର୍ଷ ଧରି ଦେଶରେ କାର୍ଯ୍ୟକାରୀ କରାଯାଇଛି । ୨୦୦୯ ମସିହାରେ ମନରେଗା ନାଁରେ ନାମିତ କରାଗଲା । କିନ୍ତୁ ମୌଳିକ ଢାଞ୍ଚା ବଦଳିଲା ନାହିଁ। କେବଳ ଗାନ୍ଧୀଙ୍କ ନାମକୁ ବ୍ୟବହାର କଲା ପୂର୍ବ ଉପା ସରକାର । କେବଳ ରାଜନୈତିକ ଫାଇଦା ହାସଲ ପାଇଁ କାର୍ଯ୍ୟକାରୀ କରାଗଲା । ତାହା ମଧ୍ୟ ବିଫଳ ଯୋଜନା । ଆସେଟ୍ ସୃଷ୍ଟି କରିବାରେ ବିଫଳ ହୋଇଥିଲା । ୧୦୦ ଦିନର କାମ ପାଇଁ ଗ୍ୟାରେଣ୍ଟି ଦିଆଯାଇଥିଲା । କିନ୍ତୁ ୨୦୨୧-୨୫ ମଧ୍ୟରେ ରୋଜଗାର ପ୍ରଦାନ କରିବା ଦିଗରେ ମାତ୍ର ୫୦ ଦିନ ହିଁ କାମ ଦିଆଯାଇଛି । ମାତ୍ର ୫୦ ପ୍ରତିଶତ ହୋଇଛି । ୫୦ ଦିନ କାମ ଦିଆଯାଉଥିଲା ।

ଦୁର୍ବଳ ଯୋଜନା, ଋତୁ କାଳୀନ ସମସ୍ୟା, ପ୍ରଶାସନିକ ସମସ୍ୟା ଯୋଗୁଁ କାମ କରାଯାଉନଥିଲା । କାମ ନମିଳିଲେ ଦିଆଯାଉଥିବା ଭତ୍ତା ମଧ୍ୟ ଅତି ନଗଣ୍ୟ । ଏଥିରେ ଦୁର୍ନୀତି ହୋଇଛି ଓ ଅସଫଳ ହୋଇଛି । ଉପା ସରକାର କାର୍ଯ୍ୟକାରିତାକୁ ବିଫଳତା ଓ ଦୁର୍ନୀତି ଯୋଗୁଁ ହିତାଧିକାରୀଙ୍କୁ କୌଣସି ସୁବିଧା ମିଳିଲା ନାହିଁ । ବିହାରରେ ୬ ହଜାର କୋଟିର ସ୍କାମ ହୋଇଥିଲା । ଭୂତ ହିତାଧିକାରୀ, ମିଛ ମଷ୍ଟର ରୋଲ କରି ଦୁର୍ନୀତି କରାଯାଇଥିଲା । ୨୦୧୧ରେ ଉତ୍ତର ପ୍ରଦେଶରେ ୧୦ ହଜାର କୋଟି ଦୁର୍ନୀତି ହୋଇଥିଲା । ଓଡ଼ିଶାରେ ମଧ୍ୟ ସମ୍ବଲପୁର ୨୦୧୨ରେ ମୃତ ବ୍ୟକ୍ତି, ରୋଗୀ, ଭାତ୍ତା ପାଉଥିବା ଲୋକଙ୍କୁ ସାମିଲ କରାଯାଇଥିଲା । ଅର୍ଥ ହଡପ କରାଯାଇଥିଲା, ଦୁର୍ନୀତି ହୋଇଥିଲା ।

୨୦୨୦ ପର ଠାରୁ କାମର ଚାହିଦା ଅନୁସାରେ ପ୍ରକୃତ କର୍ମ ନିଯୁକ୍ତି ମାତ୍ର ୧୪ ପ୍ରତିଶତ । ୨୦୨୫ରେ ୫.୭୮ କୋଟି ପରିବାର ପାଇଁ ୮୫ ହଜାର ୩୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୮ ରାଜ୍ୟ ମଧ୍ୟରୁ ୬.୬୪ କୋଟି ପରିବାରକୁ ସହାୟତା ମିଳିଥାଆନ୍ତା । ଦୁର୍ନୀତି, ବାଟମାରଣା ଯୋଗୁଁ ମିଳି ପାରିଲା ନାହିଁ । ୨୦୨୧-୨୫ ମଧ୍ୟରେ ମାତ୍ର ୪୧ ପ୍ରତିଶତ ଲୋକଙ୍କୁ ଯୋଡା ଯାଇଛି । ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର ନହେବା ଯୋଗୁଁ ମାନୁଆଲ ମଷ୍ଟର ରୋଳ କରି ଦୁର୍ନୀତି ଓ ଚଞ୍ଚକତା କରାଯାଉଥିଲା । କାମ ନହୋଇ କାମ ହୋଇଛି ବୋଲି ଦେଖା ଯାଉଥିଲା । ଦୁର୍ନୀତିକୁ ପ୍ରଶୟ ଦିଆଯାଇଥିଲା ।

ଭିବି ଜି ରାମ ଜି ନୂଆ ଆଇନ ଆଣିଛନ୍ତି ମୋଦି ସରକାର । ଟେକ୍ନୋଲୋଜି ବ୍ୟବହାର କରି ଦୁର୍ନୀତି ହଟାଇବା ମୂଳ ଲକ୍ଷ୍ୟ । ଏ ଆଇନର ନାଁରେ ମଧ୍ୟ ବିକଶିତ ଭାରତ ରହିଛି । ଗାନ୍ଧୀଙ୍କ ଗ୍ରାମ ସ୍ଵରାଜ୍ୟର ସ୍ବପ୍ନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । କେବଳ ଗାନ୍ଧୀଙ୍କ ନାଁ ବ୍ୟବହାର କରି ରାଜନୈତିକ ଫାଇଦା ଉଦ୍ଦେଶ୍ୟ ନୁହେଁ ।
୨୦୪୭ ର ଲକ୍ଷ୍ୟକୁ ଆଧାର କରି ଆଇନ ପ୍ରସ୍ତୁତ କରାଯାଇଛି । ୧୦୦ ଦିନ ବଦଳରେ ୧୨୫ ଦିନ କାମ ପାଇବା ପାଇଁ ଅଧିକାର ଦିଆଯାଇଛି । ଗ୍ରାମାଞ୍ଚଳରେ କର୍ମ ନିଯୁକ୍ତି ବ୍ୟବସ୍ଥା, ପୂର୍ବ ଆଇନର ଦୁର୍ବଳତାକୁ ଦୂର କରାଯାଇପାରିବ ।

ଉତ୍ତର ପୂର୍ବ ଓ ହିମାଳୟ ପାଦ ଦେଶରେ ଥିବା ରାଜ୍ୟ ପାଇଁ ୯୦: ୧୦ ଅନୁପାତରେ ଯୋଜନା ଲାଗୁ ହେବ। କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ। କେନ୍ଦ୍ର ସରକାର ୧୦୦ ପ୍ରତିଶତ ଦେବେ। ଅନ୍ୟ ରାଜ୍ୟରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଦେବେ । ଯାହାଦ୍ବାରା କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ଵୟ ରହିବ । ରାଜ୍ୟ ମାନଙ୍କ ଉପରେ ଦାୟିତ୍ୱବୋଧତା ବଢିବ । ୨୬୦ ପ୍ରକାର କାମ ୪ଟି କ୍ଷେତ୍ର କ୍ଷେତ୍ରରେ କାମ ଦିଆଯିବ । ଜଳ ସୁରକ୍ଷା, ଗ୍ରାମାଞ୍ଚଳ ଭିତ୍ତିଭୂମି, ଜୀବିକା, ଆସେଟ , ଜଳ ବାୟୁ ସୁରକ୍ଷା ।

ଚାଷ କାମ ଓ ଅମଳ ସମୟରେ କାମ ଯୋଜନା କାମ ବନ୍ଦ ରହିବ । ୬୦ ଦିନ କାମ ବନ୍ଦ ରହିବ । ମିଛ ବିଲ କରି କେହି ନେଇପାରିବେ ନାହିଁ । ଚାଷ ସମୟରେ ଶ୍ରମିକ ଅଭାବ ରହିବ ନାହିଁ । ଏଆଇ ଟେକ୍ନୋଲୋଜି ବ୍ୟବହାର ହେବ । କେନ୍ଦ୍ର ଓ ରାଜ୍ୟର ଷ୍ଟିୟରିଂ କମିଟି ମଧ୍ୟ ତଦାରଖ କରିବେ । କାମ ମାଗିବାର ୧୫ ଦିନ ଭିତରେ କାମ ଦେଇନପାରିଲେ ଭତ୍ତା ଦେବାକୁ ବାଧ୍ୟ । ଗାନ୍ଧୀଙ୍କ ନାମକୁ କେବଳ ପ୍ରତୀକ ଭାବେ ବ୍ୟବହାର କରାଯାଇନାହିଁ । ବ୍ରିଟିଶ ସମୟରୁ ଆଜି ଯାଏଁ ଭାରତର ନିଯୁକ୍ତି ଆଇନ ପରିବର୍ତ୍ତନ କରାଯାଇଛି ।