ବ୍ରହ୍ମପୁରରେ ବୋମାମାଡ଼
1 min read
ବ୍ରହ୍ମପୁର: ବ୍ରହ୍ମପୁରରେ ବୋମାମାଡ଼ । ବୈଦ୍ୟନାଥପୁର ଥାନା ସୁବାରାଓ ଛକରେ ଥିବା ହୋଟେଲ ଉପରକୁ ବୋମାମାଡ଼ ହୋଇଛି। ଗତକାଲି ରାତି ୧୦ଟା ୩୦ରେ ବୋମାମାଡ଼ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଗତକାଲି ରାତିରେ ଉକ୍ତ ରେଷ୍ଟରାଣ୍ଟ ଭିତରେ ଲୋକମାନେ ଖାଉଥିବା ବେଳେ ବାହାରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ଶୁଣିବାକୁ ମିଳିଥିଲା। ରେଷ୍ଟରାଣ୍ଟ ମ୍ୟାନେଜର ଓ କର୍ମଚାରୀ ବାହାରକୁ ଆସି ଦେଖିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଥିବା ଜାଣିବାକୁ ପାଇଥିଲେ। ବୋମାମାଡ଼ର ଭିଡ଼ିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବର୍ତ୍ତମାନ୍ ପର୍ଯ୍ୟନ୍ତ ବୋମାମାଡର କାରଣ ଜଣାପଡିନଥିବାବେଳେ ପୁଲିସ୍ ତଦନ୍ତ ଜାରି ରଖିଛି।


