January 7, 2026

ଦୁଇ ଲୁଟେରା ସହ ଚୋର ଗିରଫ, ସୁନା ଗହଣା ଓ ଟଙ୍କା ଜବତ

1 min read

ରାଉରକେଲା: ସେକ୍ଟର ଅଞ୍ଚଳରେ କ୍ୱାର୍ଟରରୁ ଆଜବେଷ୍ଟସ ଭାଙ୍ଗି ଚୋରି କରୁଥିବା ଜଣେ ପୁରୁଣା ଅଭ୍ୟାସଗତ ଅପରାଧୀକୁ ୭ ନମ୍ୱର୍ ଥାନା ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ଉକ୍ତ ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଠାରୁ ପୁଲିସ୍ ଲୁଟ୍ କରିଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ୧ ଲକ୍ଷ ୫ ହଜାର ଟଙ୍କା ଜବତ କରିଛନ୍ତି। ୮ ନମ୍ୱର୍ ସେକ୍ଟର ରେ ରହୁଥିବା ରତ୍ନାକର କିଶାନ ତାଙ୍କ ପତ୍ନୀଙ୍କ ସହ ମାର୍କେଟ ଯାଇଥିବା ବେଳେ ସଂଧ୍ୟା ବେଳେ ପୂର୍ଣ୍ଣ ଘର ଆଜବେଷ୍ଟସ ଭାଙ୍ଗି ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଥିଲା। ପୁଲିସ୍ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ସମସ୍ତ ସୁନା ଗହଣା ଏବଂ ନଗଦ ତାଙ୍କ ଜବତ୍ କରିଛନ୍ତି।
ଅନ୍ୟ ଏକ ମାମଲାରେ ୧୯ ନମ୍ୱର୍ ସେକ୍ଟର ଥାନା ପୁଲିଲିସ୍ ଦୁଇ ଜଣ ଛିନତାଇ କରୁଥିବା ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ୍ ବ୍ୟାଗ୍ ଏବଂ ଟଙ୍କା ଉଦ୍ଧାର କରିଛନ୍ତି। ପୂଜା ନାମ୍ନୀ ଜଣେ ଯୁବତୀ ୧୯ ନମ୍ୱର୍ ସେକ୍ଟର ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଟଙ୍କା ଉଠାଇ ସାଇକେଲରେ ଘରକୁ ଫେରୁଥିବା ବେଳେ ଏହି ଦୁଇ ଲୁଟେରା ବାଇକ୍‌ରେ ଆସି ତାଙ୍କ ବ୍ୟାଗ୍ ଲୁଟି ନେଇଥିଲେ। ପୁଲିସ୍ ତଦନ୍ତ କରି ଦୁଇ ଲୁଟେରାଙ୍କୁ ଗିର କରିଛନ୍ତି।