ପୁଣି କଂଗ୍ରେସ ଦଳର ନିଷ୍ପତ୍ତିକୁ ନିଶାଣ କରିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ
1 min read
କଟକ: ପୁଣି କଂଗ୍ରେସ ଦଳର ନିଷ୍ପତ୍ତିକୁ ନିଶାଣ କରିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏଆଇସିସିର ଭୁଲ ନିଷ୍ପତ୍ତି ଯୋଗୁଁ କଂଗ୍ରେସ ବିଫଳ ବୋଲି କହିଛନ୍ତି ମୋକିମ ।
ଆଗାମୀ ଦିନରେ ନୂଆ ଆଞ୍ଚଳିକ ରାଜନୈତିକ ଦଳ ଗଢିବା ଚର୍ଚ୍ଚା ଭିତରେ ପୁଣି କଂଗ୍ରେସ ଦଳକୁ ନିଶାଣ କରିଛନ୍ତି ପୂର୍ବତ୍ତନ ବିଧାୟକ ତଥା ପୂର୍ବତ୍ତନ କଂଗ୍ରେସ ନେତା ମହମ୍ମଦ ମୋକିମ । ପୁଣି କଂଗ୍ରେସର ରାଷ୍ଟ୍ରୀୟ ନେତୃତ୍ଵଙ୍କୁ ନିଶାଣ କରି କହିଛନ୍ତି ଯେ,ଏଆଇସିସି ର ଭୁଲ ନିଷ୍ପତ୍ତି ଯୋଗୁଁ ଆଜି କଂଗ୍ରେସ ବିଫଳ ହେଉଛି । କେବଳ ଓଡ଼ିଶା ନୁହେଁ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ବିଫଳ ହେଉଛି । କଂଗ୍ରେସ ଯେଉଁ ରାଜ୍ୟରୁ କ୍ଷମତାରୁ ଯାଇଛି ଆଉ କ୍ଷମତାକୁ ଫେରି ପାରୁନିନ ବୋଲି କହିଛନ୍ତି ମୋକିମ । ଏଥି ପାଇଁ ସେ ଦିଲ୍ଲୀ ନେତୃତ୍ଵନକୁ ସିଧାସଳଖ ଦାୟୀ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ(CWC) ଶଶୀ ତରୁର ଓ ଦିଗବିଜୟ ସିଂ କଂଗ୍ରେସ ଏହି ସେଟ ଅପ୍ ରେ ଆଗକୁ ବଢି ପାରିବ ନାହିଁ ବୋଲି କହିଲେଣି ।


