April 23, 2026

୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

1 min read

ନୂଆଦିଲ୍ଲୀ: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର ସୂଚନା ଅନୁଯାୟୀ, ବର୍ଷର ଶେଷ ସାତ ଦିନ ଅର୍ଥାତ୍ ବଡ଼ଦିନ (ଡିସେମ୍ବର ୨୫) ଠାରୁ ‘ଜିରୋ ନାଇଟ୍‌’ (ଡିସେମ୍ବର ୩୧) ମଧ୍ୟରେ ରାଜଧାନୀବାସୀ ପ୍ରାୟ ୩୨ କୋଟି ଟଙ୍କାର ମଦ ପିଇଛନ୍ତି।

ଏହି ସମୟରେ ପ୍ରାୟ ୨.୫ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହୋଇଛି। ବିଦେଶୀ ମଦ ସହ ତାଳ ଦେଇ ପ୍ରାୟ ୧.୫ ଲକ୍ଷ ଲିଟର ଦେଶୀ ମଦ ମଧ୍ୟ ବିକ୍ରି ହୋଇଥିବା ଜଣାପଡ଼ିଛି।ଏହା ବ୍ୟତୀତ ଯୁବପିଢ଼ିଙ୍କ ମଧ୍ୟରେ ବିୟର୍‌ର ଚାହିଦା ବେଶ୍ ଅଧିକ ରହିଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୧ ଲକ୍ଷ ୭୮ ହଜାର ଲିଟର ବିୟର୍ ବିକ୍ରି ହୋଇଛି।

ଉତ୍ସବର ମାହୋଲ ଯୋଗୁଁ ସହରର ବିଭିନ୍ନ କ୍ଲବ୍, ପବ୍, ଏବଂ ଅଫ୍-ସପ୍‌ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷ କରି ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ମଦର ଚାହିଦା ଆକାଶଛୁଆଁ ହୋଇଥିଲା। ଟିକସ ଆଦାୟ ଏବଂ ରାଜସ୍ୱ ଦୃଷ୍ଟିକୋଣରୁ ଅବକାରୀ ବିଭାଗ ପାଇଁ ଏହା ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।