December 30, 2025

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ

1 min read

କଟକ: ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ। ଏହି ମାମଲାରେ ସଙ୍ଗୀତକାର ସୋମେଶ ଶତପଥୀ ମଧ୍ୟ ଅନୁରୂପ ଭାବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଅର୍ପିତାଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ହ୍ୟୁମାନଙ୍କ ମାଆ । ହ୍ୟୁମାନଙ୍କ ମାଆ ଅର୍ପିତା ଓ ସୋମେଶଙ୍କ ସମେତ ୯ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ମର୍କତନଗର ଥାନାରେ ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ମାଆ । ଆଉ ମାଆଙ୍କ ଅଭିଯୋଗ ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଅର୍ପିତା।

ତେବେ ଗତ କିଛି ଦିନ ତଳେ ହ୍ୟୁମାନଙ୍କ ମାଆ ୯ ଜଣଙ୍କ ନାଁରେ ଏତଲା ଦେଇଥିବା ବେଳେ ଗଲା ୩ରୁ ୪ ବର୍ଷ ଭିତରେ ହ୍ୟୁମାନଙ୍କ ନିକଟତର ହୋଇଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ । ହ୍ୟୁମାନ୍‌ଙ୍କ ପତ୍ନୀ ଶ୍ରେୟା ମିଶ୍ର ଏବଂ ତାଙ୍କ ପରିବାର ସଦସ୍ୟ, ଡାକ୍ତର ଶୁଭେନ୍ଦୁ ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଏବଂ ତାଙ୍କ ପରିବାର, ସୋମେଶ ଶତପଥୀ, ଦିନେଶ ବେହେରା, ମହମ୍ମଦ ଅବିତ(ବବଲୁ), ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଏତଲାରେ ଦର୍ଶାଇଥିଲେ।