December 29, 2025

ଟେଲି କମ୍ୟୁନିକେସନ କ୍ଷେତ୍ରରେ ଇସ୍ରୋ ରଚିଲା ଇତିହାସ

1 min read

ନୂଆଦିଲ୍ଲୀ: ଭାରତ ପାଇଁ ଏକ ଐତିହାସିକ ଦିନ । ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହେଲା ଏକ ନୂଆ ଫର୍ଦ୍ଦ। ଟେଲି କମ୍ୟୁନିକେସନ କ୍ଷେତ୍ରରେ ଇସ୍ରୋ ରଚିଲା ଇତିହାସ । ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ ଯିବା ପରେ ଉଇଁଛି ଆଶା । ମୋବାଇଲ ନେଟୱର୍କ ନେଇ ବିଭିନ୍ନ ସମୟରେ ସମସ୍ୟା ଦେଖା ଦେଉଥିବା ବେଳେ ଏବେ ସେ ଟେନ୍‌ସନ୍‌ ଗଲା । ଆଉ ମୋବାଇଲ୍ ନେଟଓ୍ଵର୍କ ପାଇଁ ଲୋକେ ପାହାଡ ଚଢିବେନି କି ଗଛ ଉପରେ କଥା ହେବାକୁ ଭାଡ଼ି ବାନ୍ଧିବେନି । ଦୁର୍ଗମ ଅଞ୍ଚଳର ଦୁଃଖ ଦୂର ହେବା ନେଇ ବାହୁବଳୀ ଦେଲା ବଡ଼ ଭରସା ।