December 22, 2025

ବେଆଇନ ଭାବେ ଚାଲାଣ ହେଉଥିଲା ୪୦୪ ଦେଶୀ ମଦ ପାଉଚ୍‌

1 min read

ରିଷିଡା: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧୀନସ୍ଥ ପୈାରକେଲା ଢିପୁପଡାଠାରେ ବେଆଇନ ଭାବେ ଚାଲାଣ ହେଉଥିବା ୪୦୪ ଦେଶୀ ମଦପାଉଚକୁ ଗ୍ରାମବାସୀଙ୍କ ସହାୟତାରେ ରିଷିଡା ପୋଲିସ ଜବତ କରିଛି। ଘଟଣାର ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି l
ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକାଙ୍କ ନେତୃତ୍ୱରେ ବାହାର ଜିଲାରୁ ବେଆଇନ ଭାବରେ ଆଣୁଥିବା ପୋରକେଲା ଗ୍ରାମର ଅନୁପ କଅଁର ନାମକ ବ୍ୟକ୍ତିଙ୍କଠାରୁ ୪୦୪ ବିଷାକ୍ତ ଦେଶୀ ମଦପାଉଚ ଜବତ (କେସ ନମ୍ବର ୩୧୨ ) ରୁଜୁ କରି ଜବତ କରିଛନ୍ତି l ଏଥିସହିତ ଅନୁପ କଅଁର ଫେରାର ଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ଟିମରେ କନେଷ୍ଟବଳ ସୁନୀଲ କୁମାର ବାଗ, ହୋମଗାର୍ଡ ଚକାମନ ଭୋଇ ପ୍ରମୁଖ ସାମିଲ ଥିଲେ।