ଆମ ସରକାର ରାଜ୍ୟରେ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ନୂତନ ଶିକ୍ଷାନୀତି-୨୦୨୦
1 min read
ଭୁବନେଶ୍ବର: ଆମ ସରକାର ରାଜ୍ୟରେ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ନୂତନ ଶିକ୍ଷାନୀତି-୨୦୨୦ ସହିତ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଓ ‘ଶିଶୁ ବାଟିକା’ ଭଳି ଅନେକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଉଛନ୍ତି। ଏହି ଅବସରରେ ମୁଁ ଅଭିଭାବକମାନଙ୍କୁ ଅନୁରୋଧ କରିଛି ଯେ, ପିଲାମାନଙ୍କୁ କେବଳ ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ପ୍ରତିଯୋଗିତାରେ ନ ପକାଇ, ସେମାନଙ୍କୁ ସେମାନଙ୍କ ପସନ୍ଦ ଓ ପ୍ରତିଭା ଅନୁସାରେ ଉଡ଼ିବାକୁ ସୁଯୋଗ ଦିଅନ୍ତୁ। ଆଜିର ବିଦ୍ୟାର୍ଥୀ ସମାଜ ମୋବାଇଲ ଓ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ସହ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ। ଶିକ୍ଷା, ସଂସ୍କାର ଓ ସମର୍ପଣ ମାଧ୍ୟମରେ ହିଁ ଆମେ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ବ୍ରହ୍ମପୁରସ୍ଥିତ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୨ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ପ୍ରାରମ୍ଭିକ ଜୀବନରେ ଜଣେ ଆଚାର୍ଯ୍ୟ ଭାବେ କିଛି ଦିନ ସରସ୍ୱତୀ ଶିଶୁ ମନ୍ଦିରରେ କାର୍ଯ୍ୟ କରିଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ମୋ ପାଇଁ ଏକ ‘ଘର ବାହୁଡ଼ା’ ଅନୁଭୂତି ପରି ଲାଗୁଛି।


