December 21, 2025

ଭୁବନେଶ୍ୱରସ୍ଥିତ MDK Public Schoolର ୯ମ ବାର୍ଷିକ ଉତ୍ସବ

1 min read

ଭୁବନେଶ୍ୱର: MDK ପବ୍ଲିକ୍ ସ୍କୁଲର ୯ମ ବାର୍ଷିକ ଉତ୍ସବ ଆଜି ବିଦ୍ୟାଳୟ ପ୍ରାଙ୍ଗଣରେ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶକ୍ତି ପ୍ରକାଶ ପତି, ପ୍ରଶାସକ, ଭେଙ୍କଟେଶ୍ୱର୍ ଇଂଲିଶ ମିଡିୟମ୍ ସ୍କୁଲ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହ ନୀତିମୂଲ୍ୟ ସଂସ୍କାର ଓ ସୃଜନାତ୍ମକତାର ଗୁରୁତ୍ୱ ବିଷୟରେ ପ୍ରେରଣାଦାୟକ ଉପଦେଶ ଦେଇଥିଲେ।

ଉତ୍ସବରେ ଗେଷ୍ଟ ଅଫ୍ ଅନର୍ ଭାବେ ଓଡ଼ିଆର ଲୋକପ୍ରିୟ ହାସ୍ୟ କଳାକାର ପାପୁ ପମ୍ପମ୍ (Papu Pompom) ଉପସ୍ଥିତ ରହି ନିଜ ରସିକତା ଓ ପ୍ରେରଣାଦାୟକ କଥାବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ଆନନ୍ଦିତ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଚେୟାରମ୍ୟାନ ରମେଶ ଚନ୍ଦ୍ର ଦାଶ, ସଭାପତି ସୁଜାତା ଦାସ ଓ ପ୍ରଧାନଶିକ୍ଷୟିତ୍ରି ମନୀଶା ମନସ୍ଵିନୀ ମହାପାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଥିଲେ। ଚେୟାରମ୍ୟାନ ମହୋଦୟ ନିଜ ଉଦ୍ବୋଧନରେ ବିଦ୍ୟାଳୟର ଉତ୍କର୍ଷ, ଶିକ୍ଷାଗତ ସଫଳତା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ, ନାଟକ ଓ ସାଂସ୍କୃତିକ କାର୍ୟକ୍ରମ ପ୍ରଦର୍ଶନ କରି ଦର୍ଶକମାନଙ୍କର ଭୁରିଭୁରି ପ୍ରଶଂସା ଲାଭ କରିଥିଲେ। ସମାରୋହର ଶେଷରେ ଧନ୍ୟବାଦ ଜ୍ଞାପନ ସହିତ ଉତ୍ସବ ସଫଳ ଭାବେ ସମାପ୍ତ ହୋଇଥିଲା।