ବିଳମ୍ବିତ ନ୍ୟାୟକୁ ନେଇ ଉଦ୍ବେଗ ପ୍ରକାଶ
1 min read
କଟକ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନ ବିଚାରପତି ବିଳମ୍ବିତ ନ୍ୟାୟକୁ ନେଇ ଉଦ୍ବେଗ ପ୍ରକାଶ କରିଛିନ୍ତି। ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ ବୋଲି CJI ମତପ୍ରକାଶ କରିଛନ୍ତି।
ସାଧାରଣ ଲୋକ ଓ ନ୍ୟାୟ ମଧ୍ୟରେ ଦୁଇଟି ଜିନିଷ ବାଧା ଆଣିଥାଏ। ପ୍ରଥମଟି ମକର୍ଦ୍ଦମାରେ ଖର୍ଚ୍ଚ ହେଉଥିବା ଟଙ୍କା ଏବଂ ଏଥିରେ ବିତୁଥିବା ସମୟ। ବିଳମ୍ବିତ ନ୍ୟାୟ ଲୋକଙ୍କ ଆର୍ଥିକ ସ୍ଥିତି ଏବଂ ସମ୍ମାନ ଉପରେ ପ୍ରଭାବ ପକାଇଥାଏ ବୋଲି CJI କହିଛନ୍ତି।
ଏପରିକି ନ୍ୟାୟପାଳିକାର ୩ଟି ମୂଳ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି CJI କହିଛନ୍ତି। ପ୍ରଥମଟି ହେଲେ ସାଧାରଣ ଲୋକଙ୍କ ଉପରେ କମ୍ ଚାପ ପକାଇବା। ଦ୍ୱତୀୟଟି ଅନିଶ୍ଚିତତା ଦୂର କରିବା ଏବଂ ତୃତୀୟଟି ସାଧାରଣ ଲୋକଙ୍କ ସମ୍ମାନ ରକ୍ଷା କରିବାକୁ CJI କହିଛନ୍ତି। ସୂର୍ଯ୍ୟକାନ୍ତ CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି।


