କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ ବନ୍ଧୁକ ଜବତ
1 min read
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଛି ପୁଲିସ। ବିଦ୍ୟାଳୟକୁ ବନ୍ଧୁକ ନେଇ ଯାଇଥିବା ବେଳେ ପୁଲିସକୁ ଖବର ଦେଲେ ଶିକ୍ଷକ।
ପୁଲିସ ବନ୍ଧୁକ ଜବତକରି ଫରେନସିକ୍ ଟେଷ୍ଟପାଇଁ ପଠାଇବା ସହିତ ଆରମ୍ଭ କରିଛି ତଦନ୍ତ। ବିଦ୍ୟାଳୟକୁ ବନ୍ଧୁକ ନେଇ ଯାଇଥିବା ଛାତ୍ରକୁ ସୁଧାର ଗୃହକୁ ସ୍ଥାନାନ୍ତର କରାଯାଇଛି।
ବିଦ୍ୟାଳୟରୁ ବନ୍ଧୁକ ଜବତ ହେବା ଘଟଣା ସ୍ଥାନୀୟ ଅଂଚଳର ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପିଲାଟି ଏହି ବନ୍ଧୁକ କେଉଁଠାରୁ ପାଇଲା ତାକୁ ନେଇପ୍ରଶ୍ନ ଉଠିଛି।


