December 11, 2025

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

1 min read

ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିବାରୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାୟ ୧୬ଜଣ ଆହତ ହୋଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ମରକ୍କୋ ସମୟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଫେଜ୍‌ ସହରରେ ଦୁଇଟି ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଥିଲା । ମରକ୍କୋ ଗଣମାଧ୍ୟମ ଅନୁଯାୟୀ, ଉକ୍ତ କୋଠା ଦୁଇଟିରେ ଆଠଟି ପରିବାର ବାସ କରୁଥିଲେ । ଘଟଣାରେ ୧୬ ଜଣ ଆହତ ହୋଇଥିଲା ବେଳେ ୧୯ ଜଣ ପ୍ରାଣ ହରାଇଛନ୍ତି । ଆହତମାନଙ୍କୁ କକିତ୍ସା ପାଇଁ ଫେଜ୍‌ର ଏକ ଚିକିତ୍ସା ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଭଗ୍ନାବଶେଷ ତଳେ ଫସି ରହିଥିବା ଅନ୍ୟମାନଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମରକ୍କୋ ଗଣମାଧ୍ୟମ ପ୍ରକାଶ କରିଛି ।