ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
1 min read
ଭୁବନେଶ୍ଵର : ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହେବାର କୌଣସି ସୁଯୋଗ ନାହିଁ। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିୟନ୍ତ୍ରକ।
ସେ କହିଛନ୍ତି ଆମର ହବ୍ ବ୍ୟବସ୍ଥା ସବୁଠୁ ଦୃଢ ବ୍ୟବସ୍ଥା ଏବଂ ସବୁ ହବ୍ ଗୁଡିକୁ ଏଆଇ ନଜରରେ ରହିବ। କାଉନ୍ସିଲ୍ ମଧ୍ୟ ପ୍ରଶ୍ନପତ୍ର ଜାଣିବନି। ପ୍ରଶ୍ନପତ୍ର ଗୁଡିକ ପ୍ରିଣ୍ଟିଂ ଷ୍ଟେସନରୁ ସିଧାସଳଖ ହବ୍ ଆସିବ। ହବ୍ ରେ ପ୍ରଶ୍ନପତ୍ର ଖୋଲା ହେବାବେଳେ ସିସି ଟିଭିରେ ରେକର୍ଡିଂ ହେବ। ସେଠାରୁ ସିଧାସଳଖ ଛାତ୍ରଛାତ୍ରୀ ମାନଙ୍କ ନିକଟକୁ ପ୍ରଶ୍ନପତ୍ର ଯିବ।


