January 27, 2026

ଆମିର ଖାନଙ୍କୁ ଭେଟିଛନ୍ତି ଓଡିଆ ଅଭିନେତା ମନୋଜ ମିଶ୍ର

1 min read

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ଆମିର ଖାନଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଓଡିଆ ଅଭିନେତା ମନୋଜ ମିଶ୍ର। ଆମିରଙ୍କୁ ଭେଟିବା ପରେ ଭାବ ପ୍ରବଣ ହୋଇ ମନୋଜ ମିଶ୍ର କହିଛନ୍ତି, ମତେ କିଏ କଣ ବୁଝିଛି, ମୁଁ ଜାଣିନି କିନ୍ତୁ ଆଜି ଆମିର ଖାନ୍ ଙ୍କ ସହ ଦେଢ଼ ଘଣ୍ଟା ଆଲୋଚନା ଭିତରେ ମୁଁ ବୁଝିଗଲି ଯେ ଓଡ଼ିଶାରେ ତିଆରି ସିନେମାକୁ ନେଇ ମୋ ମୁଣ୍ଡରେ କଣ ଅଛି, ସେ କଥା ଆମୀର ଖାନ୍ ଭଲ ଭାବରେ ବୁଝିଗଲେ । ଦଶ ମିନିଟ୍ ସମୟ ଦେଇଥିଲେ, କିନ୍ତୁ ଦେଢ଼ ଘଣ୍ଟା ଆମର ଆଲୋଚନା ହେଲା। ଏତେ ବଡ଼ ଷ୍ଟାର ହେଲେ ବି କଳା ପ୍ରତି ତାଙ୍କର ଭଲ ପାଇବା ଅଛି ବୋଲି ସେ ମୋ କଥା ବୁଝିପାରିଲେ । ଏଇତ ଆରମ୍ଭ, ଜୟ ମା ସମଲେଇ।