ମାତ୍ର ୪୫ ମିନିଟ୍ ଭିତରେ ସବୁ ଟିକଟ ବିକ୍ରି
1 min read
କଟକ: ବାରବାଟୀ ଷ୍ଟାଡିୟମ୍ରେ ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଆଜି ଅନ୍ଲାଇନ୍ରେ ଟିକଟ ବିକ୍ରି ହୋଇଛି। ଅନ୍ଲାଇନ୍ରେ ୨ ହଜାର ଟିକଟ ବିକ୍ରି ହେବାର ଥିଲା। ଅପରାହ୍ଣ ୨ଟାରେ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ୪୫ ମିନିଟ୍ ଭିତରେ ସବୁ ଟିକଟ ବିକ୍ରି ହୋଇଯାଇଥିଲା। ଗ୍ୟାଲେରି ଟିକଟ କାଉଣ୍ଟର ଖୋଲା ହେବାର ମାତ୍ର ୫-୭ ମିନିଟ୍ ଭିତରେ ସବୁ ଟିକେଟ ବିକ୍ରି ହୋଇଯାଇଥିଲା। ସ୍ପେସାଲ୍ ଏନ୍କ୍ଲୋଜର, ଏସି ବକ୍ସ, ନ୍ୟୁ ପାଭିଲିୟନ ଟିକଟ ବିକ୍ରି ହେବାକୁ ପାଖାପାଖି ୪୫ ମିନିଟ୍ ଲାଗିଥିଲା। ଗ୍ୟାଲେରି ନଂ.୨, ୪, ୭ରୁ କିଛି ଏବଂ ଏସି ବକ୍ସ, ନ୍ୟୁ ପାଭିଲିୟନ, ସ୍ପେସାଲ ଏନ୍କ୍ଲୋଜରର ଟିକଟ ଅନ୍ଲାଇନରେ ଉପଲବ୍ଧ ଥିଲା। ଆସନ୍ତା ୩ ଓ ୪ ତାରିଖରେ ଓସିଏ ସହିତ ଅନୁବନ୍ଧିତ ଜିଲ୍ଲା ସଂଘ, କ୍ଲବ, ସ୍କୁଲ୍ ଆଦି ଅନୁଷ୍ଠାନକୁ ଟିକଟ ବିକ୍ରି କରାଯିବ। ଚଳିତ ବର୍ଷ ବାରବାଟୀରେ ଦର୍ଶକ ସାମର୍ଥ୍ୟ ପାଖାପାଖି ୪୨ ହଜାର ରହିଥିବା ବେଳେ ସେଥିରୁ ୨ ହଜାର ଟିକଟ ଅନ୍ଲାଇନରେ ବିକ୍ରି ହୋଇଛି।


