May 3, 2026

ଅଜଣା ଗାଡ଼ି ଧକ୍କାରେ ତିନି ମୃତ

1 min read

ଢେଙ୍କାନାଳ: ଅଜଣା ଗାଡ଼ି ଧକ୍କାରେ ତିନି ମୃତ। ଢେଙ୍କାନାଳ ପଞ୍ଚାବନ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର କଲ୍ୟାଣୀ ଗ୍ୟାସ ନିକଟରେ ଘଟିଛି ଦୁର୍ଘଟଣା। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ିଛି।

ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ରହିଛି। ତିନି ମୃତଦେହକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଷ୍ଟମୋର୍ଟମ ପାଇଁ ଭର୍ତ୍ତି କରାଯାଇଛି।

ତିନି ସ୍କୁଟି ଆରୋହୀଙ୍କ ମଧ୍ୟରୁ ସୁରେନ୍ଦ୍ର ବେହେରା (୨୧)ଙ୍କ ଘର ଅନୁଗୋଳ ଜିଲ୍ଲା ବନ୍ତଳା ଥାନା କଞ୍ଜା ଗ୍ରାମରେ ବୋଲି ଜଣାଯାଇଛି l ଅନ୍ୟ ଜଣେ ମୃତକ ଢେଙ୍କାନାଳ ତୁମୁଷୀଙ୍ଗା ଥାନା ମାଛିଆ ଗାଁର ମିଥୁନ ପାତ୍ର (୨୪)l ଏଣେ ତୃତୀୟ ମୃତକ କଟକ ଜିଲ୍ଲା ମାହାଙ୍ଗା ଥାନା ଜଳେଶ୍ୱରପୁର ଗାଁର ଜଗନ୍ନାଥ ଦାସ (୩୦) ବୋଲି ଜଣାପଡ଼ିଛି। ତିନିଜଣ ଯୁବକ ଏକ ରେସ୍ତୁରାଁରେ କାମ କରୁଥିବାର ପ୍ରାଥମିକ ସୂଚନା ରହିଛି।