January 24, 2026

ଅତୀତରେ ମୁଁ ଏହି ଗୃ‌ହରେ ବସିବାର ସୁଯୋଗ ପାଇଥିଲି : ରାଷ୍ଟ୍ରପତି

1 min read

ଭୁବନେଶ୍ବର: ମା’ଟି ମୋର କେତେ ନିଜର…। ବିଶ୍ବର ଅନେକ ଗୃହରେ ସମ୍ବୋଧନ କରିବାର ସୁଯୋଗ ପାଇଛି। କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବାର ସ୍ମୁତି ଟିକିଏ ନିଆରା। ଏଠାରୁ ମୁଁ କଥା କହିବା ଶିଖିଛି। ରାଜନେତା ହିସାବରେ ଲୋକଙ୍କୁ କେମିତି ବ୍ୟବାର କରିବା ଓ ପ୍ରସଙ୍ଗ ଉପସ୍ଥାପନ କରିବା, ତାହା ଓଡ଼ିଶା ବିଧାନସଭା ମୋତେ ଶିଖାଇଛି। ଓଡ଼ିଶା ବିଧାନସଭା ମୋର ଫାଉଣ୍ଡେସନକୁ ସୁଦୃଢ଼ କରିଛି। ଜଗନ୍ନାଥଙ୍କର ଆଶୀର୍ବାଦ ନଥିଲେ, ମୁଁ ଯେଉଁଠି ଅଛି, ବୋଧେ ନଥାନ୍ତି। ଓଡ଼ିଶା ବିଧାନସଭାରେ ଆଜି ବିଧାୟକ, ଅଧିକାରୀ ଏବଂ ନିମନ୍ତ୍ରିତ ଅତିଥିମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି।

ସପ୍ତଦଶ ବିଧାନସଭାର ୫ମ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଗୁରୁବାର କହିଛନ୍ତି, ଅତୀତରେ ମୁଁ ଏହି ଗୃ‌ହରେ ବସିବାର ସୁଯୋଗ ପାଇଥିଲି। ଅନେକ ବର୍ଷ ପରେ ପୁଣି ଥରେ କହିବାର ସୁଯୋଗ ପାଇଛି। ଏଠାରେ ବିଧାୟକ ଭାବେ ପ୍ରଶ୍ନ ପଚାରିଛି। ମନ୍ତ୍ରୀ ଥିବା ବେଳେ ବିଧାୟକମାନଙ୍କର ପ୍ରଶ୍ନ ଉତ୍ତର ଦେଇଛି। ‌ଅନେକ ଲୋକଙ୍କର ସହିତ କାମ କରିବାର ସୁଯୋଗ ପାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଏଠାରେ ୨୦୦୦ ମସିହାରେ ଏକାଠି ବସିବାର ସୁଯୋଗ ପାଇଥିଲି। ଜୁଏଲ ଓରାମ ଏବଂ ପୂର୍ବତନ ବିଧାୟକଙ୍କ ସହିତ ଏକାଠି ହେବାର ସୁଯୋଗ ପାଇଛି।