ସୁଶୀଲ ମେହେର ହେବେ ଏଥର ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ
1 min read
ବରଗଡ଼: ସୁଶୀଲ ମେହେର ହେବେ ଏଥର ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜା। ୪୪ ଜଣ କଳାକାରଙ୍କ ମଧ୍ୟରୁ ସୁଶୀଲ ମେହେରଙ୍କୁ ଚୟନ କରାଯାଇଛି। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ତଥା ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଏ ନେଇ ଘୋଷଣା କରିଛନ୍ତି।
ବରଗଡ଼ ଟାଉନ ହଲଠାରେ କଂସ ଭୂମିକା ପାଇଁ ୪୪ ଜଣଙ୍କୁ ନେଇ ଅଡିସନ ହୋଇଥିଲା। ଏହା ସହ ଅନ୍ୟ ଚରିତ୍ରଗୁଡ଼ିକ ପାଇଁ ମଧ୍ୟ କଳାକାର ଚୟନ କରାଯାଇଥିଲା। ସୋମବାର ଦିନ ବରଗଡ଼ ଧନୁଯାତ୍ରାର ନୂଆ କଂସ ମହାରାଜାଙ୍କ ନାଁ ଘୋଷଣ କରାଯାଇଛି।
ସେହିପରି ଉଗ୍ରସେନ, ଦେବକୀ, ବସୁଦେବ,ଅକ୍ରୁର, ମହାମନ୍ତ୍ରୀ, ସେନାପତି ଏବଂ ମୁଷ୍ଟିକ ଚରିତ୍ର ନିମନ୍ତେ କଳାକାର ଚୟନ କରାଯାଇଛି।
ଆସନ୍ତା ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୨୦୨୬ ଜାନୁଆରି ୩ ତାରିଖ ଯାଏଁ ଦୁଲୁକିବ ବଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ। ବରଗଡ଼ରେ ୧୧ ଦିନ ଧରି ଚାଲିବ କଂସ ମହାରାଜାଙ୍କ ରାଜୁତି।


