September 24, 2026

(OTET)-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ

1 min read

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୧୭ ତାରିଖରେ OTET-୨୦୨୫ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଡିସେମ୍ବର ୧୭ ତାରିଖରେ ଏହି ପରୀକ୍ଷା ଦୁଇଟି ସିଟିଂରେ କରାଯିବ।

ନଭେମ୍ବର ୧୨ ତାରିଖଠାରୁ ପରୀକ୍ଷା ପାଇଁ ଅନ୍‌ଲାଇନରେ ଆବେଦନ ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୨୫ ତାରିଖ। ଆଶାୟୀ ପ୍ରାର୍ଥୀମାନେ BSEର ଅଫିସିଆଲ୍ ୱେବସାଇଟ୍‍କୁ ଯାଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିବା ପାଇଁ ପରାମର୍ଶ ଦିଆଯାଇଛି।