ଶୁଣାଣି ଚାଲିଥିଲା ବେଳେ ପାକିସ୍ତାନ ସୁପ୍ରିମକୋର୍ଟ ରେ ବିସ୍ଫୋରଣ
1 min read
ପାକିସ୍ତାନ : ଶୁଣାଣି ଚାଲିଥିଲା ବେଳେ ପାକିସ୍ତାନ ସୁପ୍ରିମକୋର୍ଟ କୋଠାରେ ଜୋରଦାର ବିସ୍ଫୋରଣ ଘଟିଛି। କେହି କିଛି ବୁଝିବା ପୂର୍ବରୁ ଛାରଖାର ହୋଇଯାଇଛି ସୁପ୍ରିମକୋର୍ଟ ପରିସର। ବିସ୍ଫୋରଣରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। କୋର୍ଟ ନମ୍ବର ୬ରେ ବ୍ୟାପକ କ୍ଷତି ହୋଇଛି।
ସୂଚନା ଅନୁସାରେ ଇସଲାମାବାଦରେ ଥିବା ପାକିସ୍ତାନର ସୁପ୍ରିମକୋର୍ଟ ଭିତରେ ଏସି ମରାମତି ସମୟରେ ଜୋରଦାର ବିସ୍ଫୋରଣ ଘଟିଥିଲା। ଫଳରେ ସମସ୍ତ ଓକିଲ, ଜଜଙ୍କ ଷ୍ଟାଫ ଏବଂ ଅନ୍ୟ କର୍ମଚାରୀମାନେ କୋର୍ଟ ଭିତରୁ ବାହାରକୁ ଆସିଯାଇଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହି ବିସ୍ଫୋରଣରେ ଏସି ସଜାଡ଼ୁଥିବା ଟେକ୍ନିସିଆନମାନେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ବିସ୍ଫୋରଣ ସମୟରେ ୬ ନମ୍ବର କୋର୍ଟରେ ଶୁଣାଣି ଚାଲିଥିଲା।


